ଚିକାଗୋରେ ସ୍ଵାମୀ ବିବେକାନନ୍ଦ

ଚିକାଗୋରେ  ସ୍ଵାମୀ   ବିବେକାନନ୍ଦ 
…………………..
ପ୍ରଫେସର ଡାକ୍ତର ଶ୍ରୀ ଗୁଣସାଗର ଦାଶ 
1888 ମସିହାରେ ସନ୍ନ୍ୟାସୀ  ନରେନ୍ଦ୍ରନାଥ  ପରିବ୍ରାଜକ ଭାବରେ  ଆଶ୍ରମ ଜୀବନ  ପରିତ୍ୟାଗକରି ଭାରତ ଭ୍ରମଣରେ  ବାହାରିଲେ |ତାଙ୍କର  ଏକମାତ୍ର  ସମ୍ବଳ ଥିଲା  କମଣ୍ଡଳୁ  ,ଜଷ୍ଟି, ଆଉ  ଦୁଇଟି ଧର୍ମଗ୍ରନ୍ଥ ;ଶ୍ରୀମଦ ଭଗବତ ଗୀତା  ଓ  ଖ୍ରୀଷ୍ଟ ଙ୍କ  ଅନୁକରଣ |ନଦ ନଦୀ  ଗିରି କାନ୍ତାର  ନଗର  ପଲ୍ଲୀ  ଜନପଦରେ  ତୀର୍ଥାଟନକରି  ଚଲାପଥରେ ସାଧୁ  ତୈଲଙ୍ଗସ୍ଵାମୀ  ପ୍ରମୁଖ ଅନେକ  ରାଜା ଜମିଦାର  ଲେଖକ ଓ  ବିଦ୍ଵାନମାନଙ୍କୁ   ଭେଟି ଗୁଜରାଟର  କାଠିଆ ବାଡ଼  ପହଞ୍ଚିଲେ |ସେଇଠି  ସେ  1893 ବର୍ଷରେ  ଆମେରିକାର  ଚିକାଗୋ ନଗରୀରେ  ବିଶ୍ଵ  ଧର୍ମ ସମ୍ବିଳନୀ  ଅନୂଷ୍ଠିତ  ହେଉଥିବା  ବିଷୟରେ  ଜାଣିପାରିଲେ |ଏଥି ମଧ୍ୟରେ  ତାଙ୍କର  ଅନେକ ଅନୁଗାମୀ ଶିଷ୍ୟ ସୃଷ୍ଟି ହୋଇଥାନ୍ତି  | ସେମାନଙ୍କ  ପ୍ରରୋଚନାରେ  ପାଶ୍ଚାତ୍ୟ ଜଗତରେ ବେଦାନ୍ତର ପ୍ରସାର ପାଇଁ  ସେ ମନ ସ୍ଥିର କଲେ |ଦିନେ  ରେଲଗାଡିରେ  ଯାଉଥିବାବେଳେ  ଲୋକମାନ୍ୟ ବାଳ ଗଙ୍ଗାଧର ତିଲକଙ୍କ ସହ ତାଙ୍କର ସାକ୍ଷାତ ହେଲା |ତାଙ୍କସହ  କିଛିଦିନ ରହିଲାପରେ ସେ ମଦୁରାଇ ଗଲେ |ସେଠାରେ ରାମନାଦ  ରା଼ଜ୍ୟର ରାଜା ଭାସ୍କର ସେତୁପତିଙ୍କ ସହ ତାଙ୍କର ଭେଟହୁଏ |ରାଜା ତାଙ୍କୁ ଗୁରୁ ଭାବରେ ଗ୍ରହଣ କରନ୍ତି |ସେ ମଧ୍ୟ ତାଙ୍କୁ ଚିକାଗୋ ଠାରେ  ଅନୁଷ୍ଠିତ ହେଉଥିବା ବିଶ୍ଵ  ଧର୍ମ ସମ୍ବିଳନୀରେ ଯୋଗଦେବାପାଇଁ ଉତ୍ସାହିତ କଲେ |ମାନ୍ଦ୍ରାଜ ନଗରୀରେ ରହୁଥିବା  ଶିଷ୍ୟମାନଙ୍କ ମଧ୍ୟରେ ପେରୁମଲ  ତ ଘର ଘର ଯାଇ ତାଙ୍କର ବିଦେଶ ଯାତ୍ରା ପାଇଁ ଅର୍ଥ ସଂଗ୍ରହ କଲେ | ମହୀଶୂରର ରାଜା ଚାମରାଜା ଓଡେ଼ୟାର ,ରାମନାଦର ରାଜା ଭାସ୍କର ସେତୁପତି ,ଖେତ୍ରୀର ମହାରାଜା ଅଜୀତସିଂହ ଖେତ୍ରୀ  ତଥା ଅନ୍ୟ ଶିଷ୍ୟ ଓ ଅନୁଗାମୀ ମାନଙ୍କ ସହାୟତାରେ  ବିଦେଶ ଯାତ୍ରା ପାଇଁ ଅର୍ଥ ସଂଗୃହିତ ହେଲା |ପରିଶେଷରେ  1893ବର୍ଷ ମେ ମାସ 31 ତାରିଖ ରେ ସନ୍ୟାସୀ  ନରେନ୍ଦ୍ରନାଥ ସ୍ଵାମୀ  ବିବେକନନ୍ଦ ରୂପରେ ବମ୍ବେଠାରୁ ପୂର୍ବଦିଗରେ ଜଳପଥରେ ଚିକାଗୋ ଅଭିମୁଖେ ଯାତ୍ରାକଲେ |ଚୀନ ଦେଶର କ୍ୟାଣ୍ଟନ ନଗରୀର ( ଗୁଆଙ୍ଗ ଝୁ ନଗରୀ }କେତେକ ବୌଦ୍ଧ ମଠ ଦର୍ଶନ କଲେ |ଜାପାନରେ ନାଗାସାକି ,ଓସାକା ,କୋୟତୋ ,ଟୋକିଓ ,ୟୋକହାମା ଆଦି ନଗରୀ ମାନ ଭ୍ରମଣ କରି ସାରି ସେଇଠୁ RMS  Empress of India (ଭାରତ ମହାରାଣୀ )ଜାହାଜରେ କାନାଡ଼ା ଅଭିମୁଖେ ବାହାରିଲେ |ଜାହାଜ ଉପରେ ଅକସ୍ମାତ ଶିଳ୍ପପତି ଜାମସେଦଜୀ ଟାଟାଙ୍କ ସହ ତାଙ୍କର ସାକ୍ଷାତ ହେଲା |ଭାରତର ଅଭ୍ୟୁଦୟ ପାଇଁ  ନୂତନ ଶିଳ୍ପଦ୍ୟୋଗ  ଓ ଗବେଷଣାଗାର ସ୍ଥାପନ ବିଷୟରେ  ତାଙ୍କ ସହ ଆଲୋଚନା  ହେଲା |ଦୀର୍ଘଦିନର ଜଳଯାତ୍ରାପରେ ଜୁଲାଇ 25 ତାରିଖରେ ଜାହାଜଟି କାନାଡ଼ାର ଭାଙ୍କୋଭର ବନ୍ଦରରେ ପହଞ୍ଚିଲା |ସେଇଠୁ ରେଳଯୋଗେ ଚିକାଗୋ ଅଭିମୁଖେ ଯାତ୍ରାକରି 30 ତାରିଖ ଦିନ ଚିକାଗୋ ନଗରୀରେ ପଦାର୍ପଣ କଲେ |
                          ସେଠାରେ ପହଞ୍ଚି ଜାଣି ପାରିଲେ ଯେ କୌଣସି ନିମନ୍ତ୍ରଣ କିମ୍ବା ସୁପାରିଶ ବିନା କେହି ବିଶ୍ଵ ଧର୍ମ  ସମ୍ବିଳନୀରେ ଯୋଗଦେଇ ପାରିବେ ନାହିଁ |ତା ଛଡା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସମ୍ବିଳନୀ ଆରମ୍ଭ ହେବ ;ତା ଆଗରୁ ସେଠାକୁ ପ୍ରବେଶ କରିହେବନାହିଁ |ଆହୁରି ମାସେ ବାକି ;ସେ କରିବେ ବା କଅଣ ?ଚିକାଗୋ ଏକ ଖର୍ଚ ବହୁଳ ସହର |ତେବେ ଏତେ ସବୁ ବାଧାବିଘ୍ନ ତାଙ୍କୁ ନିରୁତ୍ସାହିତ କରିପାରିନଥିଲା |ନିଜର ସୀମିତ ସମ୍ବଳକୁ ବଞ୍ଚାଇବାକୁ ସେ ଅପେକ୍ଷାକୃତ କମ ଖର୍ଚ୍ଚ ବହୁଳ ବୋଷ୍ଟନ ନଗରୀକୁ ଯିବାପାଇଁ ସ୍ଥିରକଲେ |
                           ସେଠାରେ ରେଳଗାଡ଼ିରେ ପହଞ୍ଚି ରହିବାକୁ ସ୍ଥାନ ନ ପାଇବାରୁ ରାସ୍ତାକଡ଼ରେ ବର୍ଷାରେ ଭିଜିଭିଜି ବସିପଡ଼ିଲେ |ଏ ଆଡେ ଭୋକଶୋଷ ବି ଲାଗୁଥାଏ ;ପୁଣି ଏ ବର୍ଷାରାତିରେ ରହିବେ କେଉଁଠି ?ଅବଶେଷରେ ଈଶ୍ୱରଙ୍କ ଉପରେ ସବୁଛାଡ଼ିଦେଇ ମୁଣ୍ଡପୋତି ବସିଥାଆନ୍ତି |ଏତିକିବେଳେ ସମ୍ମୁଖରେ ଥିବା ଏକ ପ୍ରାସାଦର ଉପରମହଲାରେ ଥିବା ଝରକାଟି ଖୋଲିଗଲା ;ଉପରୁ ଜଣେ ଭଦ୍ରମହିଳା ଦେଖିଲେ ଯେ କେହିଜଣେ ବର୍ଷାରେ ଭିଜିଭିଜି ରାସ୍ତାକଡ଼ରେ ବସିରହିଛନ୍ତି  |ତାଙ୍କ ମନରେ ଦୟା ହେଲା ,ସେ ଛତାଟିଏ ଧରି ତଳକୁ ଆସି ଦେଖିଲେ-ଜଣେ ଗୈରିକ ବସନ ଧାରୀ ସନ୍ନ୍ୟାସୀ ବସିଅଛନ୍ତି |ତାଙ୍କର ହୃଦୟରେ ମାତୃତ୍ୱର ଜାଗରଣ ହେଲା |ସେ ତାଙ୍କୁ ଉପରକୁ ଡାକି ଆଣିଲେ |ଖାଦ୍ୟ ପାନୀୟ ଓ ବସ୍ତ୍ର ଦାନ କଲାପରେ ତାଙ୍କର ଏ ଅବସ୍ଥା ବିଷୟରେ ପଚାରିଲେ |ବିବେକାନନ୍ଦ ମାତୃସମା ସେ ମହିୟସୀ ମହିଳାଙ୍କୁ ତାଙ୍କର ଆମେରିକା ଆସିବାର ଉଦ୍ଦେଶ୍ୟ ବିଷୟରେ ଜଣାଇଲେ |ତହିଁ ଆରଦିନ ମହିଳାଜଣକ ତାଙ୍କର ପରିଚିତ  ବନ୍ଧୁ ହାବାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ହେନେରୀ ରାଇଟଙ୍କ ସହ ଭେଟ କରାଇଦେଲେ |ରାଇଟ ମହାଶୟ ତାଙ୍କୁ ବିଶ୍ବବିଦ୍ୟାଳୟରେ ଧର୍ମସମ୍ୱନ୍ଧରେ ଏକ ବକ୍ତୃତା ଦେବାପାଇଁ ନିମନ୍ତ୍ରଣ କଲେ |ତାଙ୍କର ଭାଷଣରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଗଲେ |ଆମେରିକାରେ ତାହା ତାଙ୍କର ପରିଚୟ ପ୍ରଦାନ କଲା |ତାଙ୍କର ପ୍ରଖର ଜ୍ଞାନ ବୁଦ୍ଧିମତା ଓ ଧର୍ମ ସମ୍ବନ୍ଧରେ  ଉଦାରତାର ପରିଚୟପାଇ ରାଇଟ ମହାଶୟ ତାଙ୍କୁ ଚିକାଗୋ ଠାରେ ଅନୁଷ୍ଠିତ ହେଉଥିବା ବିଶ୍ଵ  ଧର୍ମ ସମ୍ବିଳନୀରେ ପ୍ରାରମ୍ଭିକ ଭାଷଣ ଦେବାପାଇଁ ପ୍ରସ୍ତାବ ଦେଲେ |ତେବେ ସେ ଯେତେବେଳେ ଜାଣିଲେ ଯେ ବିବେକନନ୍ଦ ସେଠାକୁ ଯିବାପାଇଁ ନିମନ୍ତ୍ରଣ ପାଇନାହାନ୍ତି କିମ୍ବା ତାଙ୍କ ପାଖରେ କୌଣସି ସୁପାରିଶ ପତ୍ର ନାହିଁ ;ସେ କହିଲେ -To ask for your credentials is like asking the sun to state its right to shine in the heavens .
     ସେପ୍ଟେମ୍ବର 11ତାରିଖ 1893ବର୍ଷ |ଚିକାଗୋ ନଗରୀର କଳା ପ୍ରତିଷ୍ଠାନ (The permanent memorial Art palace )ଠାରେ ପ୍ରଥମ ଥରପାଇଁ ବିଶ୍ଵ ଧର୍ମ ସମ୍ବିଳନୀ ଅନୁଷ୍ଠିତ ହେଉଥାଏ |ସେତେଵେଳର କଲମ୍ବସ ହଲ ଓ ୱାଶିଙ୍ଗଟନ ହଲ ଦୁଇଟିକୁ ମିଶେଇ ଏକ ବିରାଟ ହଲରେ ପରିଣତ କରାଯାଇଥାଏ |ପାଖାପାଖି 7000ଜଣଙ୍କ ପାଇଁ ଆସନର ବନ୍ଦୋବସ୍ତ ହୋଇଥାଏ |ସାମନାରେ ଏକ ବିରାଟ ପେଣ୍ଡାଲ |ସେଇଠି ଆସୀନ ହୋଇଥାଆନ୍ତି ସକଳ ବିଶ୍ଵର ଧର୍ମଗୁରୁମାନେ |ଗୈରିକ ବସନ ପରିହିତ ଉଜ୍ବଳ ବ୍ୟକ୍ତିତ୍ବରେ ଉଦ୍ଭାସିତ ସ୍ଵାମୀ ବିବେକନନ୍ଦ ପୁଷ୍କରିଣୀର ନୀଳ ଜଳରାଶି ଉପରେ ପଦ୍ମପୁଷ୍ପ ପ୍ରାୟ ଦୃଶ୍ୟମାନ ହେଉଥାଆନ୍ତି |ରାତ୍ରିର ଆକାଶର ଅଗଣିତ ତାରକାମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ସଦୃଶ ମନେହେଉଥାଆନ୍ତି |ଧର୍ମଗୁରୁମାନେ ନିଜ ନିଜ ଧର୍ମ ସମ୍ବନ୍ଧରେ କହିବାପରେ ଅପରାହ୍ନରେ ସ୍ଵାମୀ ବିବେକାନନ୍ଦଙ୍କର ପାଳି ପଡିଲା |ପ୍ରଥମେ ସାମାନ୍ୟ ବିଚଳିତ ମନେହେଉଥଲେ ବି ବାଗଦେବୀ ମାତା ସରସ୍ଵତୀଙ୍କ ସ୍ମରଣ କଲାମାତ୍ରେ ତାଙ୍କ ଶରୀର ମନ ପ୍ରାଣରେ ସହସ୍ର ସିଂହର ବଳ ଓ ଅଫୁରନ୍ତ ବାକଶକ୍ତି ଉଦ୍ବେଳିତ ହୋଇଉଠିଲା |
      “Brothers  and sisters  of America ! କେବଳ ଏହିମାତ୍ର  ସମ୍ବୋଧନରେ ସେ ବିରାଟ ହଲଟି ପାଖାପାଖି 7000 ଦର୍ଶକଙ୍କ ଘନଘନ କରତାଳିରେ  ଦୁଇ ମିନିଟପାଇଁ ମୁଖରିତ ହେଲା |ବୋଧହୁଏ  ଭାରତର ଆତ୍ମା ,ମୁନିଋଷିମାନଙ୍କ ବାଣୀ ,ଗୁରୁ ରାମକୃଷ୍ଣଙ୍କ ଆଶିର୍ବାଦ ,ସମୟର ଆବାହନ ତାଙ୍କ ମଧ୍ୟରେ ମୂର୍ତ୍ତିମନ୍ତ ହୋଇଉଠିଲା |କରତାଳି ଶାନ୍ତ ହେଲାପରେ ଗୁରୁଗମ୍ଭୀର ସ୍ଵରରେ ସେ କହିଲେ –
It fills my heart with joy unspeakable to rise in response to the warm and cordial welcome which you have given us.I thank you in the name of the most ancient order of monks in the world.I thank you in the name of the mother of religions and I thank you in the name of millions and millions of Hindu people of all classes and sects.
               I am proud to belong to a nation which has taught the world both tolerance and universal acceptance.We believe not only in universal toleration; but we accept all religions as true.I am proud to belong to a nation which has sheltered the persecuted and the refugees of all religions and all nations of the earth.I am proud to tell you that we have gathered in our bossoms the purest remnant of the Israelites, who came to southern India and took refuge with us in the very year in which their holy temple was shattered to pieces by Roman tyranny.I am proud to belong to the religion which has sheltered and is still fostering the remnant of the grand zoroastrian nation.I will quote you brethren, a few lines from a hymn which I remember to have repeated from my earliest boyhood ,which is everyday repeated by millions and millions of  human beings:Äs the different streams having their sources in different paths which men take through different tendencies, various though they appear, crooked or straight, all lead to thee.”
                The present convention which is one of the most august assemblies ever held is in itself an indication,a declaration to the world of the wonderful doctrine preached in Gita;”whosoever comes to me ,through whatsoever form,I reach him; all men are struggling through paths which in the end lead to me.” Sectaranism,bigotary,and its horrible descendant ,fanaticism, have long possessed this beautiful earth.They have filled the earth with violence;drenched it often and often with human blood, destroyed civilization and sent whole nations to despair.Had it not been for these horrible demons human society would be far more advanced than it is now.But their time is come and I fervently hope that the bell that tolled this morning in honor of this convention may be the death knell of all fanaticism, of all persecutions with the sword or with pen, and of all uncharitable feeling between persons wending their way to the same goal.
        ତାଙ୍କର ଏହି ଭାଷଣର ବିଦ୍ୟୁତପ୍ରଵାହ ବିଶ୍ଵ ଧର୍ମ ସମ୍ବିଳନୀରେ ଉପସ୍ଥିତ ଧର୍ମଗୁରୁ ମାନଙ୍କ ମଧ୍ୟରେ ଏକ ନୂତନ ଶିହରଣ ନବ ଉଦ୍ଦୀପନା ଜାଗରିତ କରିଥିଲା |ଶ୍ରୋତାମାନେ ଏହି ଭାରତୀୟ ସନ୍ନ୍ୟାସୀଙ୍କୁ ଈଶ୍ଵରଙ୍କ ପ୍ରେରିତ ଦେବଦୂତର ଆଖ୍ୟାଦେଲେ |ତାଙ୍କୁ ଦିଆଯାଇଥିବା ୫ମିନିଟ ସମୟ ଶେଷ ହୋଇସାରିଥିଲେହେଁ ଆହୁରି କହିବାକୁ ଆହ୍ଵାନ ଆସିଥିଲା ଦର୍ଶକ ମାନଙ୍କଠାରୁ |ସ୍ଵାମୀ ବିବେକାନନ୍ଦ ବିନା ନିମନ୍ତ୍ରଣରେ ଚିକାଗୋ ଆସିଥିଲେ ;କିନ୍ତୁ ପ୍ରଫେସର ରାଇଟଙ୍କ ମାଧ୍ୟମରେ ସମ୍ବିଳନୀର ପ୍ରଥମ
 ଦିନର ଉଦଘାଟନୀ ସମାରୋହରେ ଭାଗନେଇ ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ |ତା ପରେପରେ ଆମେରିକା ଓ ଇଉରୋପର ବିଭିନ୍ନ ସ୍ଥାନରେ ଭାରତୀୟ ଧର୍ମ ଓ ଦର୍ଶନ ଉପରେ ବକ୍ତ୍ରୁତାମାନ ଦେଇ ପାଶ୍ଚାତ୍ୟଜଗତରେ ସନାତନ ହିନ୍ଦୁଧର୍ମର ମହାନତାକୁ ସମଗ୍ର ବିଶ୍ଵରେ ପରିଚିତ କରିଥିଲେ |
         ଚିକାଗୋରେ ସେଦିନ ଥାଏ ସେପ୍ଟେମ୍ବର  ତାରିଖ 2017 ବର୍ଷ |ଲେଖକ ପୁତ୍ର ଇଂ ପ୍ରେମସାଗର ଓ ଧର୍ମପତ୍ନୀ କମଳିନୀଙ୍କ ସହ ସ୍ଵାମୀ ବିବେକାନନ୍ଦ ଭାଷଣ ଦେଇଥିବା ହଲକୁ ଦର୍ଶନକରିବାପାଇଁ ଯାଇଥାଏ |ସେଦିନର permanent memorial Art palace ଆଜିର ଚିକାଗୋ କଳା ପ୍ରତିଷ୍ଠାନ |ସେଦିନର କଲମ୍ବସ ହଲ ଓ ୱାସିଂଟନ ହଲ ଆଜିର ଫୁଲେର୍ଟନ ହଲ ଓ womens board grand stair case ରେ ରୂପାନ୍ତରିତ ହୋଇଅଛି |ତେବେ ସେଦିନର ସ୍ମାରକୀ ଭାବରେ ଫୁଲେର୍ଟନ ହଲର ଗେଟ ସାମନାରେ ସ୍ଵାମୀ ବିବେକାନନ୍ଦଙ୍କର ଏକ ତୈଳଚିତ୍ରସହ ତାଙ୍କ ଭାଷଣର କିୟଦଂଶ ସ୍ଥାନିତ ହୋଇଅଛି |ହଲଭିତରେ ସାମ୍ନାରେ ଏକ ପ୍ଲାଟଫର୍ମ ଓ ଗ୍ୟାଲେରୀରେ ଚଉକିମାନ ରହିଛି |ହଲ ଭିତରେ କିଛିସମୟ ବସି ସେଦିନର ଅବିସ୍ମରଣୀୟ ଘଟଣାକୁ ମନେପକାଇଲୁ |ଦୁଇଜଣ ଓଡ଼ିଆ ବନ୍ଧୁଙ୍କସହ ଦେଖାହେଲା |ସେମାନେ ପିତାପୁତ୍ର ହୋଇଥିବେ ବୋଲି ମନେହେଲା ;ଯୁବକଟି ଚିକାଗୋରେ ସଫ୍ଟୱେର ଇଞ୍ଜିନିଅର |
             ଆମେ ଚିକାଗୋ କଳା କେନ୍ଦ୍ରକୁ ପଶିଲାବେଳେ ଜଣେ ଆମେରିକୀୟ କର୍ମଚାରୀଙ୍କୁ ସ୍ଵାମୀ ବିବେକାନନ୍ଦଙ୍କ କଥା ଓ ସେ ଭାଷଣ ଦେଇଥିବା ହଲବିଷୟରେ ପଚାରିଥିଲି |ଯୋଗକୁ ଆମେ ସେଠିକୁ ଗଲାବେଳେ ସେ ବି ସେଠାକୁ ଆସିପହଞ୍ଚିଲେ |ସେତେବେଳର ହଲ ବିଷୟରେ ସେ ବର୍ଣ୍ଣନାକରିବାକୁଯାଇ କହିଲେ -ଏଇ ପ୍ଲାଟଫର୍ମରୁ ସ୍ଵାମୀ ବିବେକାନନ୍ଦ ଭାଷଣଦେଇ 7000ରୁ ଅଧିକ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ;ସେମାନଙ୍କ ଘନଘନ କରତାଳିରେ ବିରାଟହଲଟି ଗୁଂଜରିତ
ହୋଇଉଠିଥିଲା |ସେତେବେଳେ ଦୁଇଟି ହଲକୁ ମିଶେଇ ଗୋଟିଏ ହଲରେ ପରିଣତ କରାଯାଇଥିଲା |ଜଣେ ବିଦେଶୀଙ୍କଠାରୁ ଆଧୁନିକ ଭାରତର ଦିଗଦ୍ରଷ୍ଟା ସ୍ଵାମୀ ବିବେକାନନ୍ଦଙ୍କ ପ୍ରଶଂସା ଶୁଣି ମନଟା ଗଦଗଦ ହୋଇଉଠିଥିଲା |ତାଙ୍କୁ ଧନ୍ୟବାଦଟିଏ ଦେଇ ବାହାରକୁ ଆସିଲୁ |ଭାରତ ସରକାରଙ୍କ ସହଯୋଗରେ ଏବେ ଏହାର ଉନ୍ନତିକରଣ କରାଯାଇଅଛି |ଚିକାଗୋ କଳା ପ୍ରତିଷ୍ଠାନର ସାମନା ରାସ୍ତାକୁ ସ୍ଵାମୀ ବିବେକାନନ୍ଦ ରୋଡ଼ ଭାବରେ ନାମିତ କରାଯାଇଅଛି |
               ସେପ୍ଟେମ୍ବର ମାସ 11 ତାରିଖ ଦିନଟି କେବଳ ଆମେରିକା ଓ ଭାରତ କାହିଁକି ସମଗ୍ର ବିଶ୍ଵରେ ଏହାର ବିଶେଷତ୍ଵ ରହିଛି |1893 ମସିହାରେ ଏହିଦିନ ଚିକାଗୋ ଠାରେ ବିଶ୍ଵ ଧର୍ମ ସମ୍ବିଳନୀ ଅନୁଷିତ ହୋଇ ସମଗ୍ର ମାନବ ସମାଜକୁ ଏକସୂତ୍ରରେ ବାନ୍ଧିବାପାଇଁ ପ୍ରୟାସ କରାଯାଇଥଲା |ସେଇଦିନ ଭାରତୀୟ ଧର୍ମ ସଂସ୍କୃତି ଓ ସଭ୍ୟତା ବିଷୟରେ ସମଗ୍ର ବିଶ୍ଵରେ ସ୍ଵାମୀ ବିବେକାନନ୍ଦଙ୍କ ମାଧ୍ୟମରେ ପରିଚିତ ଓ ପ୍ରସାରିତ ହୋଇପାରିଥିଲା |2001 ମସିହା ସେପ୍ଟେମ୍ବର 11 ତାରିଖ ଦିନ ସକାଳୁ ସକାଳୁ ନିଉ15ୟର୍କର ବିଶ୍ଵ ବାଣିଜ୍ୟ କେନ୍ଦ୍ରର ନଭଶୁମ୍ବି ଯୁଗ୍ମ ଅଟ୍ଟାଳିକା (world trade centre ର twin tower )କୁ ଅଲ କାଇଦା ସଂତ୍ରାସବାଦୀ ବିନ ଲାଡେନର ପ୍ରରୋଚନାରେ ଦିଓଟି ଯାତ୍ରୀବାହୀ ବିମାନକୁ ଉଡ଼ନ୍ତା ବୋମାଭାବରେ ବ୍ୟବହାର କରି ଧ୍ଵଂସ କରିଦେଇଥିଲେ |ତାର 15  ବର୍ଷ ପରେ ଆମେରିକାର navy seal ବାହିନୀ ପାକିସ୍ଥାନ ଯାଇ ଲାଡେନକୁ ମାରି ତାର ପ୍ରତିଶୋଧ ନେଇଥିଲେ |ତେବେ ସବୁଧର୍ମର ଉପରେ ମାନବ ଧର୍ମ |ଆଜିର ସମୟରେ ଏହାର ଚିନ୍ତନ ଓ ସମୀକ୍ଷା  କରାଯିବା ଆବଶ୍ୟକ |

Incoming search terms:

    ସ୍ଵାମୀ ବିବେକାନନ୍ଦ

Incoming search terms:

    ସ୍ଵାମୀ ବିବେକାନନ୍ଦ
bhubaneswar news,news on sambalpur,odia news,odisha diary,odisha guide,odisha news,odisha times,odisha yellowpage,oriya news,sambalpur news,
    www Niali pahadha comodia girlwriters of birsa mundaRiya odia full HDANUBHAV album odia songhighest chariot in odishabaji rout mothers nameBollywood item video song anu chaudhary dancesufi songs of krishna beurabollywood actor odisha girl

Leave a Reply

Your email address will not be published. Required fields are marked *